top of page

ଅନ୍ଧର ଅହମିକା

ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।

00:00 / 04:14
ରିପୋର୍ଟ କରନ୍ତୁ ।

ବୁଢ଼ୀ ଚିହିଡ଼ା ଛାଡ଼ିଥାଏ-ଗଲା-ଗଲା ସବୁ ଗଲା-କିଏ କଉଠି ଅଛ ଉଦ୍ଧାର କର ହୋ - ଆମେ ଭାସିଗଲୁ-ଆମେ ଭାସିଗଲୁ ।
ବୁଢ଼ା ତଥାପି କହୁଥାଏ- “‘ଡର ନାହିଁ - ନୂଆଉ - ଏ ଘର ଏଞ୍ଜେନର ଦେଖା ଘର-ପାଣି ମାଡ଼ରେ-ହୁଙ୍କିବ ନାହିଁ ।”
ଧଡ଼ାସ୍‌ନା କାନ୍ଥଟା ପଡ଼ିଗଲା । ଘର ଛପର ଅଲଗା ହୋଇଗଲା କାନ୍ଥଠୁ ।
ଆଉ ବୁଢ଼ା ସମ୍ଭାଳି ପାରିଲା ନାହିଁ-ଭୋ ଭୋ କାନ୍ଦି ଉଠିଲା-ନୂଆଉ -ମୁଁ କ’ଣ ଜାଣିଥିଲି ୟା ହେବ ବୋଲି |
ଚାଳି ଖଣ୍ଡ ସୁଅରେ ଭାସି ଚାଲିଲା । ରାତି ପାହିଲାଣି କେତେବେଳୁ । ଚାରିଆଡ଼େ ଫରଚା । ଜଳରେ ଜଳାର୍ନବ । ଗଛ ବୁରୁଛ କଉଠି କିମିତି ଦିଶୁଛି । ଜନମାନବ ଶୂନ୍ୟ ।ବୁଢ଼ା ଦେଖିଲା ଗାଁ ମୁଣ୍ଡ ବାସୁଳେଈ ବରଗଛ ଆଗରେ । ଚାହୁଁ ଚାହୁଁ ଗୋଟାଏ ଡଅଁର ଚାଳଟାକୁ ଘୂରେଇ ଘୂରେଇ ବାଡ଼େଇ ଦେଲା ସେ ଗଛ କାଣ୍ଡରେ । ଚାଳ ଦିଖଣ୍ଡ ହୋଇଗଲା ।ବୁଢ଼ା କୁଣ୍ଢେଇ ପକେଇଲା ଗଛକୁ I ଜାବ ପଡ଼ିଯାଇଛି । ଚେତାନାହିଁ ।
ବୁଢ଼ୀ କୁଆଡ଼େ ଗଲା ସେ ଜାଣେ ନାହିଁ । ବଢ଼ି ଛାଡ଼ିଯାଇଛି । ଗଛ ଉପରୁ ବୁଢ଼ା ତଳକୁ ଆସିଛି କେଉଁ ପାତାଳରେ ଯାଇ ପଡ଼ିଛନ୍ତି କେହି ଜାଣନ୍ତି ନାହିଁ ।


*******-----******

ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।ଉନ୍ନତ ହୋଇପାରିଥାନ୍ତା ।ଆଉ ଟିକେ ଚେଷ୍ଟା ଦରକାର ।ପଢିକି ଭଲ ଲାଗିଲା ।ସତରେ ବହୁତ ଭଲ ।ଓଃ, କି ଲେଖା ଚମତ୍କାର ।ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।

ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ।

sangram_mokahani.in (2).png
sangram_mokahani.in (1).png
sangram_mokahani.in.png

ଅନ୍ଧର ଅହମିକା

1

ଘର ତ ସଉରି ପାଇକରାର ଘର, ଯାହାକୁ କହନ୍ତି ଘର । ଦଶ ପାଞ୍ଚଟା ଗାଁରେ ଏମିତି ଘର ଖଣ୍ଡେ କାହାରି ନଥିବ । ବାପ ଦାଦି ସପତ ସପଡାଣି ଭୋଗ କଲେଣି, ଏଇ ଡିହ ଖଣ୍ଡିକ । ତା’ରି ଉପରେ କେତେଥର କାନ୍ଥ ଉଠିବଣି, କେତେ ବର୍ଷ ପରେ ବର୍ଷ ଅସୁମାରି ଛାଉଣି ସରିବଣି, କୋଉ ଅମଳରୁ କିଏ କହିବ ? ଏଇ ବର୍ଷ ସଉରି ଇଟା ପକେଇ ପକାକାନ୍ଥ ଉଠେଇଛି । ରୋଜଗାରିଆ ପୁଅ । ତା’ର କ’ଣ ହବ ? କିଛି ହବ ନାହିଁ। ଗାଁଟାଯାକ ଭାସିଗଲେ ବି ସେ ଥିବ କି ତା ଘର ଥିବ ।

ଅନ୍ଧର ଅହମିକା

4

ବୁଢ଼ା କାନକୁ ଗୋଟେ ଗର୍ଜନ ଶୁଭିଲା । ଭାବିଲା-ତୁଫାନ୍-ତୁଫାନ୍ । ମୂଲିଆଟା ଦଉଡ଼ି ଆସି କହିଲା- “ ସତ୍ୟାନାଶ ବାବୁ, ସତ୍ୟାନାଶ । ଚାରିଆଡ଼େ ବଢ଼ି ପାଣି - ଦାଣ୍ଡରେ ସୁଅ ଛୁଟିଛି । ଆଉ ରକ୍ଷା ନାହିଁ ।” କହି ସେ ଡିଆଁଟେ ମାରିଦେଇ ଚମ୍ପଟ ।

ଅନ୍ଧର ଅହମିକା

2

ବୁଢ଼ା ସଉରା ହସିଦେଲା । କହିଲା- ଯାଆରେ-ଯା, ଏମନ୍ତ ଘାଇ ଭାଙ୍ଗିବ । ଆମ ସରକାର କ’ଣ ମିଛେଇ ବସିଛନ୍ତି-ଏଡ଼େ ଏଡ଼େ ଇଞ୍ଜିନିୟରମାନ ଗୁନା କମ୍ପାସ ଧରି ଯେ ମାପୁଛନ୍ତି-ଖାଲି ମାହାଳିଆ ?

ଅନ୍ଧର ଅହମିକା

6

ବୁଢ଼ା ତଥାପି କହୁଥାଏ- “‘ଡର ନାହିଁ - ନୂଆଉ - ଏ ଘର ଏଞ୍ଜେନର ଦେଖା ଘର-ପାଣି ମାଡ଼ରେ-ହୁଙ୍କିବ ନାହିଁ ।”
ଧଡ଼ାସ୍‌ନା କାନ୍ଥଟା ପଡ଼ିଗଲା । ଘର ଛପର ଅଲଗା ହୋଇଗଲା କାନ୍ଥଠୁ ।
ଆଉ ବୁଢ଼ା ସମ୍ଭାଳି ପାରିଲା ନାହିଁ-ଭୋ ଭୋ କାନ୍ଦି ଉଠିଲା-ନୂଆଉ -ମୁଁ କ’ଣ ଜାଣିଥିଲି ୟା ହେବ ବୋଲି |

ଅନ୍ଧର ଅହମିକା

3

ସେଇ ସାହେବ ଏଞ୍ଜେନରମାନେ ତ କହିଛନ୍ତି- ବନ୍ଧ କିଛି ହେବ ନାହିଁ । ଆମ ସରକାର ଥାଉଁ ଥାଉଁ କଂଗ୍ରେସ ସରକାର ଥାଉଁ ଥାଉଁ ବନ୍ଧ ଭାଙ୍ଗିବ ? - କେଭେ ନୁହେଁ ।ବୁଢ଼ା ଦମ୍ଭଧରି ରହିଲା ।

bottom of page