top of page

କାଉଁରୀ କାମଚଣ୍ଡୀର ଦେଶେ(ଆରମ୍ଭରୁ ଅସୁବିଧା)

ଜଗନ୍ନାଥ ପ୍ରାସାଦ ମହାନ୍ତି

ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।

00:00 / 04:14
ରିପୋର୍ଟ କରନ୍ତୁ ।


ଆରମ୍ଭରୁ ଅସୁବିଧା

୧୯୯୦ ଜୁଲାଇ ୩୦ ତାରିଖ । ଆସାମର ପ୍ରଧାନ ସହର ଗୌହାଟୀକୁ ଯିବା ପାଇଁ ମୋର ଭାରି ମନ । ବହୁ ଦିନୁ ଶୁଣିଥିଲି ଆସାମ କାଉଁରୀ କାମଚଣ୍ଡୀର ଦେଶ । ସେଠାକୁ ଭେଣ୍ଡାମାନେ ଯାଇ ମେଣ୍ଢା ହୋଇ ରହିଯା’ନ୍ତି । କୁହୁକ ବଳରେ ସେମାନେ ବଶ ହୋଇ ରହିଯା’ନ୍ତି । ନିଜ ଘରକୁ ସେମାନେ ଫେରନ୍ତି ନାହିଁ । କେଡ଼େ ସୁନ୍ଦର ସେଇ ଜାଗା ! କିଏ ପୁଣି ବାହାର ଲୋକଙ୍କୁ ସେଠାରେ ବାନ୍ଧି ରଖେ !!

ଆସାମକୁ ଯିବା ପାଇଁ ଗୋଟିଏ ନିମନ୍ତ୍ରଣ ପାଇଲି । ଏଇ ସୁଯୋଗରେ ଯିବା ପାଇଁ ସ୍ଥିର କଲି । ବିଭିନ୍ନ କାର୍ଯ୍ୟ ଓ ବିଭିନ୍ନ ଜଞ୍ଜାଳ । ଆସାମରେ ମଧ୍ୟ କେତେ ଗଣ୍ଡଗୋଳ ! ତା’ ମଧ୍ୟରେ ଗୋଟିଏ ସିଧା ଯାଉଥିବା ଟ୍ରେନରେ ଯିବା ପାଇଁ ଟିକେଟ କାଟିଲି । ସଂରକ୍ଷଣ ମଧ୍ୟ ମିଳିଗଲା । ମାତ୍ର ଆଜିକାଲି ଗାଡ଼ି ମଟରର ଯାହା ଅବସ୍ଥା । ସମୟରେ ଚାଲୁନାହିଁ । ସେଥିପାଇଁ ବହୁତ ହଇରାଣ । ସେଦିନ ଭୋର ୫ ଟାରେ ମୋର ଟ୍ରେନ । ବାଙ୍ଗାଲୋର ଗୌହାଟୀ ଏକ୍ସପ୍ରେସ । ରାତି ୪ଟାରୁ ଉଠି ନିତ୍ୟକର୍ମ ସାରିଦେଲି । ସାନ ପୁଅ ମିଟୁ ସାଥୀରେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଲି । ଟ୍ରେନ ଠିକ ସମୟରେ ଆସୁଛି କି ନାହିଁ ବୁଝିଲାବେଳକୁ ଉତ୍ତର ମିଳିଲା – କିଛି ଠିକ ନାହିଁ । ସବୁ ବିଳମ୍ବରେ ଚାଲିଛି ।

ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ପଚାରିଲି । ସେ ବି ଠିକ ଉତ୍ତର ଦେଲେ ନାହିଁ । କେତେବେଳେ ସେଇ ଗାଡ଼ି ଆସିବ ଠିକଣା ନାହିଁ । ଅଭିଜ୍ଞ ଟିକେଟ କଲେକ୍ଟର ଦାସ ବାବୁଙ୍କୁ ପଚାରିଲି । ସେ କହିଲେ ତେବେ ଛ’ ଘଣ୍ଟାରୁ କମ୍ ନୁହେଁ । ଅଧିକ ତ ହୋଇପାରେ । ଗାଡ଼ି ଏଯାଏ ଆମ ଅଞ୍ଚଳ(ରେଞ୍ଜ) ମଧ୍ୟକୁ ଆସିନାହିଁ ।

ତା’ମାନେ ପଚାରିବାରୁ ସେ ବୁଝାଇଦେଲେ ବେଜୱଡ଼ା ପର୍ଯ୍ୟନ୍ତ ଗାଡ଼ି ଆସିନାହିଁ । ସେଠାରୁ ଏଠାକୁ ଛ’ ଘଣ୍ଟାର ବାଟ । ଗତ ଥର ପ୍ରାୟ ଚବିଶ ଘଣ୍ଟା ବିଳମ୍ବରେ ଆସିଥିଲା । ଯେଉଁଗାଡ଼ି ଗୌହାଟୀ ଯାଏ, ସେ ପୁଣି ବାଙ୍ଗାଲୋର ଆସି ଫେରେ । ତେଣୁ ଥରେ ସେଥିରେ ବିଳମ୍ବ ହେଲେ, ସେଇ ଅସୁବିଧା ଲାଗି ରହିଥାଏ କେତେ ଦିନ ପାଇଁ ।

ଆଚ୍ଛା କଥା । ଆମକୁ ତେବେ କଅଣ କରିବାକୁ ହେବ ? ବସାକୁ ଫେରିଯିବା ଉଚିତ । ସେଠାରୁ ଫୋନ୍‌ରେ ଖବର ନେବାକୁ ହେବ । ସେଥିରେ ଖବର ନ ମିଳିଲେ ନିଜେ ଆସି ବୁଝିବାକୁ ପଡ଼ିବ । ସେଇୟା ହେଲା । ଆମେ ଫେରିଗଲୁ । ପ୍ରତି ୧/୨ ଘଣ୍ଟାରେ ଫୋନ୍ କରୁଥାଉ । ଫୋନ୍ ନ ମିଳିଲେ ମିଟୁ ନିଜେ ଷ୍ଟେସନକୁ ଯାଇଥାଏ । ଏମିତି କରି ଶେଷରେ ଗାଡ଼ି ୧୦ ଘଣ୍ଟା ବିଳମ୍ବରେ ଆସିବ ବୋଲି ଜଣାପଡ଼ିଲା । ତା’ ମାନେ ଅପରାହ୍ନ ୩ଟାରେ ଗାଡ଼ି ଆସିବ ।

ଆମେ ତେଣୁ ୨ଟାରେ ରେଳଷ୍ଟେସନରେ ପହଞ୍ଚିଲୁ । ଘଣ୍ଟାଏ ଅପେକ୍ଷା କଲା ପରେ ଗାଡ଼ି ଆସିଲା । ସେତେବେଳେକୁ ଟ୍ରେନ ୧୦ ଘଣ୍ଟା ବିଳମ୍ବରେ ଚାଲିଥିଲା । ନିଜ କମ୍ପାଣ୍ଟମେଣ୍ଟର ନିର୍ଦ୍ଦିଷ୍ଟ ସ୍ଥାନରେ ମୁଁ ବସିଲି । ଟ୍ରେନ ଛାଡିଲା ପାଖରେ ଜ୍ୱରାକ୍ରାନ୍ତ ଦୁର୍ବଳ ସ୍ତ୍ରୀ ପିଲାଙ୍କୁ ଧରି ଜଣେ ବାବୁ ଆସାମ ଯାଉଥିଲେ । ଆଉ ଜଣେ ଦୁଇଜଣ ଭଦ୍ରବ୍ୟକ୍ତି ମଧ୍ୟ ସେଇ ବଗିରେ ବସିଲେ । ଗୌହାଟୀ ଯାଇ ସେମାନେ ସେଠାରୁ ବିଭିନ୍ନ ସ୍ଥାନକୁ ଯିବେ । ଆମେ ସବୁ କଥାବାର୍ତ୍ତା ହୋଇ ଚାଲିଲୁ ।

ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।ଉନ୍ନତ ହୋଇପାରିଥାନ୍ତା ।ଆଉ ଟିକେ ଚେଷ୍ଟା ଦରକାର ।ପଢିକି ଭଲ ଲାଗିଲା ।ସତରେ ବହୁତ ଭଲ ।ଓଃ, କି ଲେଖା ଚମତ୍କାର ।ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।

ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ।

sangram_mokahani.in (2).png
sangram_mokahani.in (1).png
sangram_mokahani.in.png

କାଉଁରୀ କାମଚଣ୍ଡୀର ଦେଶେ(ଆରମ୍ଭରୁ ଅସୁବିଧା)

0

ଆଚ୍ଛା କଥା । ଆମକୁ ତେବେ କଅଣ କରିବାକୁ ହେବ ? ବସାକୁ ଫେରିଯିବା ଉଚିତ । ସେଠାରୁ ଫୋନ୍‌ରେ ଖବର ନେବାକୁ ହେବ । ସେଥିରେ ଖବର ନ ମିଳିଲେ ନିଜେ ଆସି ବୁଝିବାକୁ ପଡ଼ିବ । ସେଇୟା ହେଲା । ଆମେ ଫେରିଗଲୁ । ପ୍ରତି ୧/୨ ଘଣ୍ଟାରେ ଫୋନ୍ କରୁଥାଉ । ଫୋନ୍ ନ ମିଳିଲେ ମିଟୁ ନିଜେ ଷ୍ଟେସନକୁ ଯାଇଥାଏ । ଏମିତି କରି ଶେଷରେ ଗାଡ଼ି ୧୦ ଘଣ୍ଟା ବିଳମ୍ବରେ ଆସିବ ବୋଲି ଜଣାପଡ଼ିଲା । ତା’ ମାନେ ଅପରାହ୍ନ ୩ଟାରେ ଗାଡ଼ି ଆସିବ ।

bottom of page