ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।
ପୂର୍ବ କଥା
ଅଜିକି କେତେ ହଜାର ବର୍ଷ ହୋଇ ଗଲାଣି ,ଆମ ଦେଶର ଉତ୍ତରକୁ ଗଙ୍ଗା ନଈ କୁଳରେ ହସ୍ତିନା ବୋଲି ଗୋଟେ ଅତି ସୁନ୍ଦର ସହର ଥିଲା। ସେଠାରେ ଦୁଷମନ୍ତ ବୋଲି ଜଣେ ଭରି ବଡ଼ ରାଜା ଥିଲେ। ଥରେ ସେ ବଣରେ ପରିଧି କରି ବୁଲୁ ବୁଲୁ ସାକୁନ୍ତଳା ବୋଲି ଗୋଟେ ରୁଷି ଝିଅ ଙ୍କୁ ଦେଖିଲେ । ସେ ଝିଅଟି ବଡ଼ ସୁନ୍ଦର ।ରାଜା ତଙ୍କୁ ବିଭା ହେଲେ। ତଙ୍କର ଗୋଟିଏ ପୁଅ ହେଲା ।ସେ ପୁଅଟିର ନାଁ ଭରତ ।
ବଡ଼ ହେଲାରୁ ଭରତ ରାଜା ହେଲେ । ତାଙ୍କ ପରି ପରିବାର ରାଜା ଆମ ଏ ମୁଲକରେ ଆଉ କିଏ ନଥିଲେ। ସେ ଅନେକ ଦେଶ ଜିଣୀଲେ ମହାରାଜା ବୋଲାଇଲେ । ତାଙ୍କ ନାଁ ଚାରିଆଡ଼େ ବାଜିଲା। ସେଦିନୁ ତାଙ୍କ ନାଁରୁ ଆମ ଦେଶ ନାଁ ଭାରତ ବର୍ଷ ହେଈଚି। ତାଙ୍କରି କୁଳରେ କୁରୁ ବୋଲି ଜଣେ ରାଜା ବାହାରିଲେ। ସେ ଭରି ବୀର ଥିବାରୁ ତଙ୍କ କୁଳ କୁରୁକୁଳ ବୋଲି ଖ୍ୟାତ ହେଲା।ତାଙ୍କର କୁଳ ଲୋକଙ୍କ କଥା ଲେଖା ହୋଇ ଯେଉଁ ପୋଥି ହୋଈଚି ତାର ନାଁ ମହାଭାରତ।
ଦେବତାମନେ ଶାପ ପାଇଲେ
ଦିନେ ସ୍ବର୍ଗରେ ଦେବତା ମନେ ସଭା କରିଥିଲେ। ଭରି ଉତ୍ସବ ଲାଗିଥିଲା। ସେ ସଭାକୁ ମହଭିଷ ବୋଲି ମର୍ତ୍ତ୍ୟପରର ଜଣେ ରୁଷି ଡାକରା ପାଇ ଯାଇଥିଲେ। ସେ ଦିନ ଗଙ୍ଗଦେବି ଅତି ସୁନ୍ଦର ବେସଟିଏ ଧରି ସଭାରେ ବସିଥାନ୍ତି। ମହଭିଷ ତଙ୍କୁ ବିଭା ହେବାକୁ ବିଚାରୀ ଚହ୍ନିଦେଲେ ।ଦେବତା ମନେ ତ ପରର ମନକଥା ଜାଣି ପାରନ୍ତି,ମହଭିଷଙ୍କ ମନକଥା ତଙ୍କୁ କିଛି ଭଲ ଲାଗିଲା ନାହିଁ। ସେମାନେ ତହୁଁ ସେ ଦୁହିଁଙ୍କୁ ଶାପ ଦେଲେ,"ତୁମେ ମର୍ତ୍ତ୍ୟକୁ ଯାଇ ମନୁଷ୍ୟ ହୁଅ"। ଏହି ଶାପରେ ମହଭିଷ ରୁଷି କୁରୁକୁଳରେ ରାଜା ପ୍ରତପଙ୍କ ପୁଅ ହୋଇ ଜନ୍ମ ହେଲେ। ତଙ୍କ ନାଁ ଶାନ୍ତନୁ ହେଲା।
ଏହି ସମୟରେ ଆଉ ଆଠ ଜଣ ଦେବତା ଶାପ ପାଇଲେ । ଏ ଆଠ ଜଣ ଆଠ ଭାଇ। ଦିନେ ସମସ୍ତେ ବୁଲୁ ବୁଲୁ ବଶିଷ୍ଟ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ମଣି ସେଦିନୋ କୁଆଡେ ଯାଇଥିଲେ। ଏମାନେ ନନ୍ଦୀନି ବୋଲି ତଙ୍କର ଗୋଟେ ଗାଇ କୁ ଚୋରେଇ ଘେନି ଆଣିଲେ। ବଶିଷ୍ଟ ପଛେ ଅସି ସବୁ କଥା ଜାଣିପାରିଲେ। ରାଗରେ ତହୁଁ ସେ ଆଠ ଭାଇଙ୍କୁ ଶାପ ଦେଲେ,"ତୁମେ ଚୋରି କରି ପପ କରିଛ ,ତେଣୁ ସଂସାରରେ ମନୁଷ୍ୟ ହୋଇ ରହିବ"।
ଏ ଶାପ ପାଈ ଆଠ ଦେବତାଙ୍କ ଦେହ ଥରିଲା। ଏଥିରୁ ଉଧାର ପାଇବା ପାଇଁ ସେମାନେ ମୁନିଙ୍କ ପଖକୁ ଅସି କକୁତିମିନତି ହୋଇ ପର୍ଥନା କଲେ। ତଙ୍କ ବିକଳ ଦେଖି ମୁନିଙ୍କର ଦୟା ହେଲା।କହିଲେ,"ମୋ କଥାତ ବୃଥା ଯିବ ନାହିଁ ।ତୁମ ଭିତରେ ଦ୍ୟୁ ବୋଲି ଜେ ଅଛନ୍ତି ସେ ବଡ଼ ଦୋଷୀ। ସତ ଭାଇ ନର ଜନ୍ମ ପାଇବା କ୍ଷଣି ସ୍ଵର୍ଗ କୁ ଫେରିଯିବ। ମତ୍ର ମନୁଷ୍ୟ ମନେ ଯେତେ ଦିନ ରହନ୍ତି ଦ୍ୟୁ ସେତେ ଦିନ ସଂସାର ଭୋଗ କରି ରହିବେ।"
ଆଠ ଭାଇ ଯାକ ସେଠୁ ଗଙ୍ଗା ଦେବୀଙ୍କ ପାଖକୁ ଗଲେ। ଗଙ୍ଗା ତଙ୍କ ଦୁଃଖ ଦେଖି କହିଲେ,"କୁରୁକୁଳର ପ୍ରତପି ରାଜା ଶାନ୍ତନୁଙ୍କୁ ମୁ ବିଭା ହେବି। ତୁମେ ମନେ ମୋ ପୁଅ ହେବ।"
ଏହା ଶୁଣି ସେ ଦେବତା ମନେ ଖୁସିହୋଈ ଫେରିଗଲେ ।
ଏମିତି କେତେ ଦିନ ଗଲା। ମହାଭୀଷ ରୁଷି ତ ଶାନ୍ତନୁ ହୋଈ କୁରୁ କୁଳରେ ଜନ୍ମ ହୋଈଥନ୍ତି,ସେ ଦିନେ ଏକୁଟିଆ ବୁଲୁ ବୁଲୁ ଗଙ୍ଗା ଦେବି ତଙ୍କ ଆଗେ ଦେଖା ଦେଲେ। ତଙ୍କ ରୁପ ଦେଖି ମହାରାଜାଙ୍କ ଆଖି ଝଲସି ଗଲା। ଭାବିଲେ,"ୟଙ୍କୁ ବିଭା ହେଲେ ମୁ କେତେ ସୁଖରେ ନା ରହନ୍ତି !" ଏ କଥା ବିଚାରୀ ସେ ତଙ୍କ ପଖକୁ ଗଲେ। ପଚାରିଲେ,ତୁମେ କିଏ ? ଏ ବଣରେ ଏକୁଟିଆ କିଆଁ ବୁଲୁଚ ? ଚଲ ଅମର ରାଣି ହେବ ,ସୁଖରେ ନଅରରେ ରହିବ।"
ଗଙ୍ଗା ଦେବି ଏହା ଶୁଣି କହିଲେ,"ହେଉ,ଯିବି ମତ୍ର ମୋର ଗୋଟିଏ କଥା ରଖିଲେ ଯିବି । ମୁଁ ଯହା କରୁଥିବି ,ମୋତେ ଯେବେ ତୁମେ କିଛି ନକହିବ,ତେବେ ଯିବି। କଣ ଯେବେ କହିବ ପାଖରୁ ପଳେଈବି ।" ରାଜା ଏଥିକି ମଙ୍ଗିଲା ରୁ ଦୁହେଁ ରଥରେ ବସି ନଅରକୁ ଆସିଲେ। ନୁଆ ରଣି ଙ୍କି ଧରି ରାଜା ସୁଖରେ ରହିଲେ।
ଏତେ ଦିନ କେ ମହଭିଷ ଅଉ ଗଙ୍ଗା ଦେବିଙ୍କ ଶାପ ଫଳିଲା।