top of page

ଠକ

ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।

00:00 / 04:14
ରିପୋର୍ଟ କରନ୍ତୁ ।

ଆଉ ଗଛ ତ ନାହିଁ । ସେ ଗଛ ଭାରି ବୁଦ୍ଧିଆ | ସେ ହୃଦୟବାନ୍ ଆମ୍ବଗଛଟି ଆଉ ବଞ୍ଚିକରି ନାହିଁ । ମୂଲିଆ ଆସି କୁରାଢ଼ିରେ ପଗ ପଗ କରି କାଟିଦେଇ ଗଲା । ଚଢ଼େଇ ବସାଥିବା ଡାଳଟି ଆଉ ଗୋଟିଏ ଗଛରେ ଡେରିଦେଲା ।
ଖବରକାଗଜ ଲେଖିଥିଲା ‘କଟକରେ ରାତି ଅଧରେ ଭୀଷଣ ଝଡ଼ ଓ ବର୍ଷା ।ସହର ଭିତରେ ପୁରୀଘାଟରେ ଆମ୍ବଗଛ ଓଲଟି ପଡ଼ିଛି ।’ ଗଛଟି ତା’ର ମରଣ ଖବର,ଖବରକାଗଜରେ ଦେବାର ବ୍ୟବସ୍ଥା କରିଛି । କେଡ଼େ କପାଳିଆ ?
ଦୁଇଦିନ ପରେ ଗୋଟିଏ ସନ୍ଧ୍ୟାବେଳେ ଗୋପାଳବାବୁ ଜଣେ ଲୋକଙ୍କୁ ନିଜର ଘର ଚିହ୍ନଟ ଦେଲାବେଳେ କହୁଥିଲେ- ପୁରୀଘାଟ ଫାଣ୍ଡିରୁ ପଶ୍ଚିମ ଦିଗକୁ ଗଲେ ଯେଉଁଠି ପ୍ରଥମ ଆମ୍ବଗଛ ପାଇବେ - ନା, ନା, ଭୁଲ କହିଲି, ସେ ଆମ୍ବଗଛଟି ପଡ଼ିଯାଇଛି ଏଇ ଝଡ଼ରେ..... ।
ଆଷାଢ଼ର ଧୂମାଳ ନିଜର ପରାକ୍ରମ ଦେଖାଇବାକୁ ଲୁଟିନେଇଛି ଗୋଟିଏ ନିରୀହ ନିରପରାଧ ଆମ୍ବଗଛ । ସେ ପୁଣି ଦୁର୍ବଳ ଥିଲା, ଉଇ ଖାଇ ଯାଇଥିଲେ; କିନ୍ତୁ ସେଇ ଘରର ଓ ସେଇ ମଣିଷଙ୍କର ଗୋଟିଏ ବନ୍ଧୁ ଠକି ଦେଇ ଚାଲିଯାଇଛି - ସେଇ ଝଡ଼ ରାତିରେ ।

***********************

ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।ଉନ୍ନତ ହୋଇପାରିଥାନ୍ତା ।ଆଉ ଟିକେ ଚେଷ୍ଟା ଦରକାର ।ପଢିକି ଭଲ ଲାଗିଲା ।ସତରେ ବହୁତ ଭଲ ।ଓଃ, କି ଲେଖା ଚମତ୍କାର ।ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।

ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ।

sangram_mokahani.in (2).png
sangram_mokahani.in (1).png
sangram_mokahani.in.png

ଠକ

1

କଲମି ଗଛ । ମୁଁ ଗୋଟାଏ କଲମି କରିଛି, ବିରିବାଟି ବଗିଚାରେ । ଭଲ ଆମ୍ବ ।ସେହି ଯେଉଁ ଭାଗଲପୁରରୁ ଲେଙ୍ଗଡ଼ା ମଗାଇଥିଲେ – ତୋର କ’ଣ ମନେ ନାହିଁ ?

ଠକ

4

କେହି ମାଗିବାକୁ ଆସିଲେ, ଗୋପାଳବାବୁ ନିଜେ ଆସି ଗଛ ପାଖରେ ଠିଆ ହୋଇଯାନ୍ତି । - କଅଁଳ ପତ୍ର ନିଅନା, ସେତିକି ହୋଇଥାଉ, ଏତେ ପତ୍ର ଗଲେ ଗଛରେ ଆଉ କଣ ଫଳ ହେବ ? କେତେ ଲୋକ ଆସିବେ ଯେ । ସେତିକି ହୋଇଥାଉ ।

ଠକ

7

ଗଛ ଜାଣେ ନାହିଁ, ବୁଝେ ନାହିଁ । ତାଙ୍କୁ ଉପଲକ୍ଷ୍ୟ କରି ଯେ ଯାହା କରନ୍ତି, ଯେ ଯାହା ଭାବନ୍ତି, ସେଥିରେ ସେ ନିର୍ବିକାର । ଦୋଳି ଖସିପଡ଼ିବ ବୋଲି ଗଛ ଦେହରେ ଭଅଁର ହୋଇ ମୋଟା ପେଚ୍ କଣ୍ଟା ଅଣ୍ଟାହୋଇଥିଲା । ମଣିଷ ଓ ଗଛ ଜୀବନର ବିଭିନ୍ନ ସୃଷ୍ଟି । ଉଭୟେ ପୋଷା ମାନନ୍ତି । ପୋଷା ମଣିଷ କାମବେଳେ କୃତଘ୍ନ ହୁଏ । ପୋଷା ଗଛ ସବୁବେଳେ କାମରେ କୃତଜ୍ଞ ଓ ବାଧ୍ୟ ।

ଠକ

2

ଆମ୍ବଗଛଟିଏ ଆସିଥିଲା - ଛୋଟିଆ ହାଣ୍ଡି ଭିତରେ । କଳା ମାଟି ଉପରେ ହାତେ ଉଚ୍ଚ ଆମ୍ବଗଛ । ସବୁ ମିଶି ପତ୍ର ଆଠଗଣ୍ଡା ହେଲେ ହେବ ।
-କହିଲୁ ପୁଅ, କୋଉଠି ପୋତିବା ?
-ବାପା, ମଝିରେ ପୋତ । ନଇଲେ ଏଇ ଡାଳ ସବୁ ପାଚିରି ଡେଇଁ ବାହାରକୁ ଚାଲିଯିବି । ରାସ୍ତା ପିଲାଏ ଲାଗିରହିଥିବେ । ଗଛ ପାଇଁ କଳି ଲାଗିବ । ଦାଣ୍ଡ କଳି ଘରେ
ପଶିବ ।

ଠକ

5

ଏତେ ଯତ୍ନରେ ଯେତିକି ଆମ୍ବ ଅମଳ ହୁଏ, ସେଥିରୁ ପୁଞ୍ଜେ ଅଧେ ଗଣା ହୋଇ ବଣ୍ଟାହୁଏ ସବୁ ବନ୍ଧୁ ଆତ୍ମୀୟଙ୍କ ଭିତରେ । ଆମ୍ବଗଛଟି ଘର ସାଙ୍ଗରେ ଏକାବେଳକେ ମିଶିଯାଇ ପରିବାରର ଲୋକଟିଏ ପରି ହୋଇଛି । ଖାଲି ତା’ର ନାଁ ଦିଆହୋଇ ନାହିଁ ।ଏତିକି ପ୍ରଭେଦ ।

ଠକ

8

ଆଷାଢ଼ର ଧୂମାଳ ନିଜର ପରାକ୍ରମ ଦେଖାଇବାକୁ ଲୁଟିନେଇଛି ଗୋଟିଏ ନିରୀହ ନିରପରାଧ ଆମ୍ବଗଛ । ସେ ପୁଣି ଦୁର୍ବଳ ଥିଲା, ଉଇ ଖାଇ ଯାଇଥିଲେ; କିନ୍ତୁ ସେଇ ଘରର ଓ ସେଇ ମଣିଷଙ୍କର ଗୋଟିଏ ବନ୍ଧୁ ଠକି ଦେଇ ଚାଲିଯାଇଛି - ସେଇ ଝଡ଼ ରାତିରେ ।

ଠକ

3

ସେଇ ଘରଟିର ନିଶାଣ ହେଲାଣି ଆମ୍ବଗଛ । କେହି ଗୋପାଳ ବାବୁଙ୍କୁ ତାଙ୍କର ଘର ଠିକଣା ପଚାରିଲେ ସେ ବୁଝାନ୍ତି - କାଠଯୋଡ଼ୀ କୂଳେ କୂଳେ ପୁରୀଘାଟ ଫାଣ୍ଡିରୁ ପଶ୍ଚିମକୁ ଗଲେ, ଯେଉଁଠି ପାଚିରି ଭିତରେ ଆମ୍ବଗଛ ଦେଖିବେ, ସେଇଠି ଆମଘର

ଠକ

6

ସେହି ଘରର ଅଙ୍ଗ ସେଲ ଗଛଟି, ପଦା ଲୋକଙ୍କୁ ବାଟ ଦେଖାଇବା ପାଇଁ ବାହାର ଆଲୁଅ ଜଳାଇଲେ, ଗଛ ଲୁଚାଇ ଦିଏ ସେହି ବିଜୁଳିବତିକୁ । ଭିତରର କଥା ଲୁଚାଏ ବାହାରର ଲୋକଙ୍କୁ । ବାହାର ଲୋକଙ୍କୁ ରଖିଦିଏ ନିଜର ଆଢୁଆଳ ଆର ପାଖେ ।

bottom of page