top of page

ବରଜୁ ଷେଣ୍ଢ ଘାଇ

ସୁଜିତ ପଣ୍ଡା

ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।

00:00 / 04:14
ରିପୋର୍ଟ କରନ୍ତୁ ।

ଏହି ପରିସ୍ଥିତିରେ ବରକୁ ଷେଣ୍ଢ ଘାଇ ଭାଙ୍ଗିବାରେ କିଏ ଦାୟୀ, ମୂଷା ନା ମନ୍ତ୍ରୀମାନେ ବୋଲି, ଦେଶର ଜନମତ ସମ୍ମୁଖରେ ଯେଉଁ ପ୍ରଚଣ୍ଡ ସମସ୍ୟା ପ୍ରକାଶ ପାଇଥିଲା, କରାଳୀର ବନ୍ୟା ସଙ୍କଟକୁ ସୁଦ୍ଧା ତାହାକୁ ସାମୟିକ ଭାବରେ ନ୍ୟୁନ କରି ଦେଇଥିଲା ।
X X X
ଭାତଖିଆ ବରଗଛକୁ ଡାହାଣ କଡ଼େ ରଖି, ଯେଉଁ ମାଟିରାସ୍ତା ବରକୁ ଷେଣ୍ଢ ଘାଇ ଗଡ଼ାଣିରୁ ବାହାରି, କରାଳୀ ଓ ମତେଇର ଦୋଆବ ଭିତରେ ଦେଇ ଚାଲି ଯାଇଅଛି; ତା’ରି ଦୁଇ କଡ଼ରେ କେତେଖଣ୍ଡି ଗ୍ରାମ ଏ ଅଞ୍ଚଳରେ ବର୍ଦ୍ଧିଷ୍ଣୁ ଓ ଜନବହୁଳ । ଯେଉଁଠାରେ ଘାଇ ଭାଙ୍ଗିଥିଲା, ତାହା ସାମ୍ନାରେ ନ ପଡ଼ି, ଏ ଗ୍ରାମମାନ ଗୋଟିଏ ପାଖରେ ଥିବା ହେତୁ, ବନ୍ୟାଜଳରେ ଏ ଗ୍ରାମମାନ ନିଶ୍ଚିହ୍ନ ହୋଇ ନଥିଲେ ହେଁ ଘରସବୁ ପାଣିରେ ବୁଡ଼ି ରହିଥିଲା । ହରିଜନ ବସ୍ତିର ଘରସବୁ ପାଣିରେ ମିଳାଇ, ଭାସି ନିଶ୍ଚିହ୍ନ ହୋଇଥିଲେ ହେଁ, ଅନ୍ୟ ସବୁବର୍ଷ ସାହିର ଘରମାନ, ପୂର୍ବରୁ ଉଚ୍ଚ ମୂଳଦୁଆ ମାନଙ୍କ ଉପରେ ତିଆରି ହୋଇଥିବା ହେତୁ ଅଧିକାଂଶ ଘରର କାନ୍ଥ ଭୁଷୁଡ଼ି ପଡ଼ିଥିଲେ ସୁଦ୍ଧା ଘରସବୁ ଏକାଥରେ ଧୋଇଯାଇ ନ ଥିଲା । ଏହି ଗ୍ରାମମାନ ଘାଇ ମୁହଁରେ ଥିବା ହେତୁ, ଏଠାକୁ ବାହାରୁ କୌଣସି ସାହାଯ୍ୟ ଆସିବା ବା ସାହାଯ୍ୟ ପଠାଇ ଲୋକମାନଙ୍କୁ ଉଦ୍ଧାର କରିବା ସମ୍ଭବ ନ ଥିଲା । ଘର ଛପର ଉପରେ, ଲୋକମାନେ ଖରାରେ, ବର୍ଷାରେ ସାତଦିନ, ସାତରାତି, ପାଣି ଛାଡ଼ିବା ପର୍ଯ୍ୟନ୍ତ ବସିରହି କୌଣସିମତେ ପ୍ରାଣରକ୍ଷା କରିଥିଲେ ।
ହୀରାଧରପୁର ନି: ପ୍ରା: ସ୍କୁଲର ହରିମାଷ୍ଟର ଏ ଅଞ୍ଚଳରେ କେବଳ ଜଣେ ବ୍ୟକ୍ତି ନୁହନ୍ତି- ଗୋଟିଏ ଅନୁଷ୍ଠାନ । ଘରପୋଡ଼ି, ବନ୍ୟା, ମହାମାରୀଠାରୁ ଆରମ୍ଭକରି, ସ୍ଥାନୀୟ ନାଟ୍ୟ ପରିଷଦ ଆନୁକୁଲ୍ୟରେ, ଗ୍ରାମ୍ୟ ଯୁବକମାନଙ୍କ ଦ୍ବାରା ବାର୍ଷିକ ଆୟୋଜିତ ନାଟ୍ୟାଭିନୟ ପ୍ରଭୃତି ପ୍ରତ୍ୟେକ ଉତ୍ସବ ଓ ନିରୁତ୍ସବ, ସୁଦିନ ଓ ଦୁର୍ଦ୍ଦିନ, ସମସ୍ତଙ୍କ ପୁରୋଭାଗରେ ହରିମାଷ୍ଟର ।

ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।ଉନ୍ନତ ହୋଇପାରିଥାନ୍ତା ।ଆଉ ଟିକେ ଚେଷ୍ଟା ଦରକାର ।ପଢିକି ଭଲ ଲାଗିଲା ।ସତରେ ବହୁତ ଭଲ ।ଓଃ, କି ଲେଖା ଚମତ୍କାର ।ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।

ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ।

sangram_mokahani.in (2).png
sangram_mokahani.in (1).png
sangram_mokahani.in.png

ବରଜୁ ଷେଣ୍ଢ ଘାଇ

1

ଖବର କାଗଜ ପୃଷ୍ଠାର ଜାଲଜାଲୁଆ ସ୍ତମ୍ଭଗୁଡ଼ିକ ଉପରେ ସୋମନାଥଙ୍କର ଦୁଇ ଶାନ୍ତ ଆଖି ଆଗରେ ତାଙ୍କ ରାଜନୈତିକ ଗୁରୁ ସ୍ବର୍ଗତ ଦୀନକୃଷ୍ଣଙ୍କ ମୂର୍ତି ଭାସିଉଠିଲା ।
ବନ୍ୟାପ୍ଲାବିତ ଦେଶର ନିତ୍ୟ ସ୍ମରଣୀୟ ଜନନେତା....... ଦୀନକୃଷ୍ଣ । ମେଘମେଦୁର ଆକାଶର କୋମଳ କାରୁଣ୍ୟ ତାଙ୍କର ଦୁଇ ଆଖିକୁ ସବୁବେଳେ ଅଶ୍ରୁଳ କରି ରଖିଥିଲା ।

ବରଜୁ ଷେଣ୍ଢ ଘାଇ

4

ବନ୍ଧ ନିର୍ମାଣ ଶେଷ ହେଲା । ମାତ୍ର ବନ୍ଧରେ ନରବଳି ନ ଦେଲେ ବନ୍ଦର ପ୍ରତିଷ୍ଠା ହେବନାହିଁ କିମ୍ବା ଅପଦେବତାର ରକ୍ତ-ତୃଷ୍ଣା ମେଣ୍ଟିବ ନାହିଁ । କିନ୍ତୁ ନରବଳି ସହଜରେ ମିଳୁଛି କେଉଁଠୁ ?

ବରଜୁ ଷେଣ୍ଢ ଘାଇ

7

ଖାଲି କରାଳୀ ନୁହେଁ, ରୁଗ୍‌ଣ ଶିର୍ଣ୍ଣ କରପୃଷ୍ଠରେ ପ୍ରସାରିତ ନେଳି ଶିରା ପ୍ରଶିରା ପରି, ସମୁଦ୍ରୋପକୂଳବର୍ତ୍ତୀ ଏହି ଭୂମିର ମାନଚିତ୍ରରେ, ଯେଉଁ ନୀଳ ରେଖାମାନ ମୃତ ସରିସୃପ ପରି ଛନ୍ଦା ଛନ୍ଦି ହୋଇ ପଡ଼ିରହିଥିଲା, ଏବେ ସେସବୁ ଏକ ପ୍ରାଗୈତିହାସିକ
କୁରତାରେ ଶତ ଶତ ଉଣ ତମ୍ବାଟିଆ ନାଗପରି ମାତି ଉଠିଛନ୍ତି, ଯେଉଁ ପ୍ରାଗୈତିହାସିକ ପ୍ଲାବନ ମଧ୍ୟରେ ଦିନେ ସୃଷ୍ଟିର ଅୟମାରମ୍ଭ ହୋଇଥିଲା, ଏବେ ସେହି ପ୍ଲାବନ ମଧ୍ୟରେ ସୃଷ୍ଟି ଯେପରି ନିଶ୍ଚିହ୍ନ ହେଉଅଛି ।

ବରଜୁ ଷେଣ୍ଢ ଘାଇ

2

ଗୁରୁ ଦୀନକୃଷ୍ଣଙ୍କ ଠାରୁ ଆରମ୍ଭ କରି, ଉତ୍ତରସାଧକ ସୋମନାଥଙ୍କ ପର୍ଯ୍ୟନ୍ତ, ବହୁ ଦେଶସେବୀଙ୍କ କରୁଣ ଲୋତକ ଧାରା, ତ୍ରିକୋଣଭୂମି ଦେଶର କର୍ଦ୍ଦମାକ୍ତ ଭୂମିକୁ ଆହୁରି କର୍ଦ୍ଦମମୟ କରିଛି ସିନା, କରାଳୀର ସର୍ବନାଶ କ୍ଷୁଧା; କିନ୍ତୁ ପ୍ରଶମିତ ହୋଇ ନାହିଁ ।କେତେବର୍ଷ ତଳେ ଦୀନକୃଷ୍ଣଙ୍କର ନାମ ସ୍ମରଣ କରି, କରାଳୀର ଉପରେ ମୁଣ୍ଡରେ ବହୁମୁଖୀ ଆନିକଟ ନିର୍ମିତ ହେଲା ବନ୍ୟାନିରୋଧ ପାଇଁ । ଦୀନକୃଷ୍ଣ ଯେଉଁ ସ୍ଵପ୍ନର ସଫଳତା ଲାଗି ପ୍ରତିବର୍ଷ ବଢ଼ି ବଦଳ ଦିନେ କାନ୍ଦି କାନ୍ଦି ଜୀବନାତିପାତ କରିଥିଲେ, ସେହି ସ୍ବପ୍ନ ସାର୍ଥକ ହେଲା, କରାଳୀର ବହୁମୁଖୀ ଆନିକଟରେ; କିନ୍ତୁ ଦୀନକୃଷ୍ଣ ସେତେବେଳକୁ ଇହଧାମରେ ନଥିଲେ ।

ବରଜୁ ଷେଣ୍ଢ ଘାଇ

5

ବରଜୁ ଷେଣ୍ଢ ଓଡ଼ ଚଷା । ତାଙ୍କର କେଉଁ ପୂର୍ବ ପୁରୁଷ, କେଉଁକାଳେ କେଉଁ ଓଡ଼ିଆ ରାଜାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ କ୍ଷେତ୍ରରେ ଚଳାଉଥିଲେ ତାହା ଜଣାନାହିଁ... ମାତ୍ର ବରଜୁ ଷେଣ୍ଢଙ୍କ କଣ୍ଠରେ ପୂର୍ବପୁରୁଷମାନଙ୍କର ସେହି ଦୃପ୍ତ ଆହ୍ୱାନ, ନିଶ୍ଚିତ ମୃତ୍ୟୁର ସମ୍ମୁଖରେ ସୁଦ୍ଧା ଗର୍ଜନ କରିଉଠିଲା ।

ବରଜୁ ଷେଣ୍ଢ ଘାଇ

8

ଜନମତର ଏକ ବିଚିତ୍ର ରାଜନୈତିକ ଆଚରଣ ଅନୁସାରେ ଶାସନକ୍ଷମତାପନ୍ନ ଦଳର ସବୁ ପ୍ରମାଣିତ ଓ ଦାୟିତ୍ଵପନ୍ନ ତଥ୍ୟ ଓ ଯୁକ୍ତି ଅପେକ୍ଷା ବିରୋଧୀ ପକ୍ଷର ଉତ୍ତେଜନାମୟ ଆସ୍ଫାଳନ ଅଧୂକ ନିର୍ଭରଯୋଗ୍ୟ ରୂପେ ଗୃହୀତ ହୋଇଥାଏ । ଏ କ୍ଷେତ୍ରରେ ମଧ୍ୟ ସେହି ନିୟମର ବ୍ୟତିକ୍ରମ ହୋଇ ନ ଥିଲା ।

ବରଜୁ ଷେଣ୍ଢ ଘାଇ

3

ରାତାରାତି ବରଜୁ ଷେଣ୍ଢ ଘାଇ ସାରା ଦେଶରେ ବିଶ୍ରୁତ ହୋଇପଡ଼ିଲେହେଁ, ଏହି ଘାଇ ଯେଉଁ ବରଜୁ ଷେଣ୍ଢଙ୍କର ନାମକୁ ଆଜି ସୁଦ୍ଧା ପ୍ରସିଦ୍ଧକରି ରଖୁଅଛି, ତାଙ୍କ ସମ୍ବନ୍ଧରେ କୌଣସି ବିବରଣୀ କୌଣସି ଇତିହାସରେ ମିଳିବ ନାହିଁ । ସରକାରୀ ପୂର୍ତ୍ତ ବିଭାଗର ନଥିପତ୍ରରେ ବରଜୁ ଷେଣ୍ଢ ଘାଇ ବହୁ ବର୍ଣ୍ଣିତ ହୋଇଥିଲେ ହେଁ; ସେଥିରୁ ମଧ୍ୟ ବରଜୁ ଷେଣ୍ଢଙ୍କର ଇତିହାସ ମିଳିବ ନାହିଁ । ଏହି ଇତିହାସହୀନ ବରଜୁ ଷେଣ୍ଢ କିନ୍ତୁ, କରାଳୀ ଉପତ୍ୟକାର ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ଏକ ପ୍ରାତଃ ସ୍ମରଣୀୟ ନାମ

ବରଜୁ ଷେଣ୍ଢ ଘାଇ

6

ବଳି ନ ଦେଇ ବନ୍ଧ ପକାଇବାରୁ କରାଳୀ ମାତିଥିଲା । ବନ୍ଧ ପ୍ରତିଷ୍ଠା ହୋଇ ନଥିବାରୁ ବନ୍ଧରେ ଘଳିଆ ଫିଟୁଥିଲା । ବନ୍ଧ ଆଉ ଭାଙ୍ଗିବ ନାହିଁ । ଲୋକେ ସ୍ଵସ୍ତିରେ ଦୀର୍ଘ ନିଶ୍ବାସ ଛାଡ଼ିଲେ । ବନ୍ଧ ଉପରେ ହରିବୋଲ ହୁଳହୁଳି ଧ୍ବନି କରାଳୀର ଗର୍ଜନକୁ ସୁଦ୍ଧା ବୁଡ଼ାଇ ଦେଲା ।

ବରଜୁ ଷେଣ୍ଢ ଘାଇ

9

ହୀରାଧରପୁର ନି: ପ୍ରା: ସ୍କୁଲର ହରିମାଷ୍ଟର ଏ ଅଞ୍ଚଳରେ କେବଳ ଜଣେ ବ୍ୟକ୍ତି ନୁହନ୍ତି- ଗୋଟିଏ ଅନୁଷ୍ଠାନ । ଘରପୋଡ଼ି, ବନ୍ୟା, ମହାମାରୀଠାରୁ ଆରମ୍ଭକରି, ସ୍ଥାନୀୟ ନାଟ୍ୟ ପରିଷଦ ଆନୁକୁଲ୍ୟରେ, ଗ୍ରାମ୍ୟ ଯୁବକମାନଙ୍କ ଦ୍ବାରା ବାର୍ଷିକ ଆୟୋଜିତ ନାଟ୍ୟାଭିନୟ ପ୍ରଭୃତି ପ୍ରତ୍ୟେକ ଉତ୍ସବ ଓ ନିରୁତ୍ସବ, ସୁଦିନ ଓ ଦୁର୍ଦ୍ଦିନ, ସମସ୍ତଙ୍କ ପୁରୋଭାଗରେ ହରିମାଷ୍ଟର ।

bottom of page