top of page

ସତୀ ଅନୁଶୂୟା...(ଭାଗ - ୩)

ପଢିବା ସହ ସଙ୍ଗୀତର ମଜା ନିଅନ୍ତୁ ।

00:00 / 04:14
ରିପୋର୍ଟ କରନ୍ତୁ ।

ରାଜ୍ୟର ନାମ ଉଜ୍ଜୟିନୀ । ରାଜ୍ୟ ର ଅଧିପତି ହେଉଛନ୍ତି ଶ୍ରୀ ବିକ୍ରମ କେଶରୀ ଭଞ୍ଜ । ରାଜ୍ୟ ଟି ସୌନ୍ଦର୍ଯ୍ୟ ଆଉ ଐଶ୍ଵର୍ଯ୍ୟର ଗନ୍ତାଘର । ସୁଦୀର୍ଘ ଆଉ ସୁରମ୍ୟ ଅଟ୍ଟାଳିକା ସାଙ୍ଗକୁ ଫୁଲ ଫଳ ଭରା ବଣଲତିକା ଓ ଦ୍ରୁମରାଜି ମାନଙ୍କର ମନୋରମ ନନ୍ଦନକାନନ । ନଗରୀ ର ଦ୍ଵାରର ଚଉକାଠ ସବୁ ସ୍ଵର୍ଣ୍ଣ ଖଚିତ ଆଉ କବାଟ ସବୁ ସ୍ଫଟିକ ରେ ନିର୍ମିତ, କବାଟ ସବୁ ନବରତ୍ନ ଖଚିତ । ନଗରୀର ରାଜପଥ, ପ୍ରାଙ୍ଗଣ  ଆଉ ପ୍ରାନ୍ତର ସବୁ କିଛି ସୁବ୍ୟବସ୍ଥିତ, ଶୃଙ୍ଖଳିତ ଏବଂ ଅତ୍ୟନ୍ତ ପରିଛନ୍ନ । ଉଭୟ ରାଜା ଆଉ ରାଜ୍ୟବାସୀ ସତ୍ୟ, ନ୍ୟାୟ ଆଉ ନିଷ୍ଠାପରତା ଅବଲମ୍ବନ କରିଥାନ୍ତି ‌।

ପ୍ରଜାବତ୍ସଳ ରାଜା ବିକ୍ରମ କେଶରୀ ଭଞ୍ଜ ଜଣେ ଉତ୍ତମ ଆଉ ବିଚାରବନ୍ତ ଶାସକ । ଶତ୍ରୁକୁ ସଂହାର କରି ପ୍ରଜାଙ୍କୁ ଯେମିତି ସୁରକ୍ଷା ଦେଇଥାନ୍ତି ସେମିତି ଅନ୍ୟାୟ ଅପରାଧରେ ସେମାନଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି । ରାଜାଙ୍କର ଏକମାତ୍ର ଅଲିଅଳି ରାଜକୁମାରୀ ଥିଲେ ଅନୁଶୂୟା ।

ରାଜକୁମାରୀ ଅନୁଶୂୟା ଥିଲେ ଅପୂର୍ବ ସୁନ୍ଦରୀ । ସଂସାର ର ସବୁ ସୁନ୍ଦରତା ଯେମିତି ତାଙ୍କରି ପାଖରେ ସରି ଯାଉଥିଲା । ସତେଯେମିତି ସେ ଥିଲେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଶ୍ରେଷ୍ଠ ସୃଷ୍ଟି ‌। ଯଦି ବର୍ଷାଜଳ ତାଙ୍କୁ ସ୍ନାନ କରାଇ ଦେଉଥିଲା, ସୂର୍ଯ୍ୟାଲୋକ ତାଙ୍କ କେଶ ଶୁଖେଇ ଦେଉଥିଲା । ବଣଫୁଲ ଯଦି ଗଭା ମଣ୍ଡି ଦେଉଥିଲା ତେବେ ମରୂତଗଣ ତାଙ୍କର କେଶବିନ୍ୟାସ କରିଦେଉଥିଲେ ‌। ସତେଯେମିତି ସେ ରାଜକନ୍ୟା ନୁହେଁ ପ୍ରକୃତିକନ୍ୟା ଥିଲେ । ଅନୁଶୂୟା ରୂପରେ ଯେମିତି ସୁନ୍ଦରୀ ଥିଲେ ଗୁଣରେ ବି ସେମିତି ଭାରି ସୁକୁମାରୀ ଥିଲେ । କାହାରିକୁ କଷ୍ଟ ଦେବା ତ ଦୂରର କଥା କାହାରି ଟିକେ ହେଲେ କଷ୍ଟ ଦେଖିପାରୁନଥିଲେ । ଶଖୀ ସହଚରୀ ମାନଙ୍କୁ ଛାଡ଼ିଦେଲେ ବି ରାଜ୍ୟର ଅନ୍ୟ ସମସ୍ତ ଝିଅ ବୋହୂ ମାନଙ୍କୁ ଭାରି ଆଦର ସମ୍ମାନ କରନ୍ତି । ଯିଏ ପଶୁପକ୍ଷୀ କୀଟ ପତଙ୍ଗ ମାନଙ୍କର ସାମାନ୍ୟ କଷ୍ଟ ବି ଦେଖିପାରେନି ସେ କଣ କେଉଁ ଝିଅ ବୋହୂ ମାନଙ୍କର ଦୁଃଖ କଷ୍ଟ ଦେଖିପାରିବ। ତେଣୁ ରାଜ୍ୟର ସମସ୍ତ ନାରୀ ମାନଙ୍କ ପାଇଁ ତାଙ୍କ ମନରେ ଅଶେଷ ଶ୍ରଦ୍ଧା ଓ ଭକ୍ତି ଥାଏ ।

ଦିନେ ରାଜଦରବାରକୁ କେଉଁ ଗୋଟିଏ ଦୁଃଖିନୀ ନବବିବାହିତା ଝିଅଟିଏ ଆସି ତା ଦୁଃଖ ଓଜାଡି ପିତାଙ୍କୁ ନ୍ୟାୟ ମାଗୁଥାଏ । ପ୍ରଜାବତ୍ସଳ ରାଜା ବିକ୍ରମ କେଶରୀ ସ୍ଥିର ମନରେ ଅଭାଗିନୀ ର ଦୁଃଖ ଭରା କାହାଣୀଟି ଶୁଣୁଥାନ୍ତି ସ୍ଥିର ମନରେ । ସବୁକିଛି ଶୁଣିବା ପରେ ପିତା ବିକ୍ରମ କେଶରୀ ନିଜର ନ୍ୟାୟ ଶୁଣେଇଲେ ଆଉ ଏକଦମ୍ ବିନମ୍ର ସହକାରେ ହାତଯୋଡି କ୍ଷମା ମଧ୍ୟ ପ୍ରାର୍ଥନା କଲେ ନିଜର ନିଷ୍ଠୁର ନ୍ୟାୟ ଟି ଶୁଣେଇବା ବେଳେ, କାରଣ ତାଙ୍କୁ ଜଣାଥିଲା ଯେ ତାଙ୍କର ବିଚାର ଆଉ ନିଷ୍ପତ୍ତି ଉଭୟ ସେହି ଝିଅଟିର ବିପରୀତ ମାର୍ଗରେ ଯାଉଥିଲା  । ଚମକି ପଡ଼ିଥିଲା ଝିଅଟି ରାଜାଙ୍କ ଶୁଣାଣି ରେ । କେତେ ଆଶା ନେଇ ଦୌଡି ଆସିଥିଲା, ରାଜାଙ୍କ ନ୍ୟାୟ ଆଉ ଉନ୍ନତ ବିଚାର କଥା ସେ ସମସ୍ତଙ୍କଠାରୁ ଶୁଣିଆସୁଥିଲା, ତେବେ ଏହି କଣ ତାଙ୍କ ବିଚାର ? ଗୋଟିଏ ଅବଳା ନାରୀ କୁ କଣ ଏହି ନ୍ୟାୟ ?

କାନ୍ଦି କାନ୍ଦି ଝିଅଟି କହିଲା ହେ ମହାରାଜା ଯେଉଁଠି ମୋ ଶାଶୁ ଶ୍ୱଶୁର ମୋ ଜନ୍ମଦାତା ଜନ୍ମଦାତ୍ରୀ ମୋତେ ନ୍ୟାୟ ଟିକେ ନଦେଇ ଫେରେଇ ଦେଲେ ସେଇଠି ଶେଷ ଆଶା ଟିକକ ନେଇ ମୁଁ ଆପଣଙ୍କ ଦ୍ଵାରକୁ ଆସିଥିଲି, ଆଉ ଯଦି ଭଗବାନ ସମ ରାଜା ଯଦି ଅବିଚାର କଲେ ସେଇଠି ମୁଁ ଆଉ କାହା ପାଖକୁ ଯିବି ?  ଆଉ କାହିଁକି ବା ବଞ୍ଚିବି ? ତେଣୁ ମୁଁ ଫେରିଯାଉଛି, ଆଉ ଯିବା ଆଗରୁ ଅଭିଶାପ ଦେଇଯାଉଛି ଯେ ସତରେ ଯଦି ମୁଁ ସତ୍ ଆଉ ନ୍ୟାୟ ମାର୍ଗରେ ଥାଏ ତେବେ ଆପଣଙ୍କ ଅବିଚାର ସ୍ଵରୁପ ଆପଣଙ୍କ ଏକମାତ୍ର ଝିଅ କୁ ଭଗବାନ କେବେ ସୁଖ ନଦିଅନ୍ତୁ, ଆଉ ଆଜି ଯେମିତି ମୁଁ ମୋ ଦୁଃଖ ଜଣେଇବାକୁ ଆପଣଙ୍କ ଦ୍ଵାରକୁ ଆସିଛି ଦିନେ ଆପଣଙ୍କ ଝିଅ ବି ମୋ ଦ୍ଵାରସ୍ଥ ହେଉ ।

ଆହାଃ ଏ କଣ କଲେ ପିତା ! ନିଜ ଭୁଲ ପାଇଁ ମୋ ସୁନ୍ଦର ଦୁନିଆଟିକୁ ଏମିତି  ଅଭିଶାପମୟ କରିଦେଲେ କାହିଁକି ? କିଏ ଥିଲେ ଏ ଅବଳା ଝିଅ ? କଣ ଥିଲା ତାଙ୍କର ଅଭିଯୋଗ ? ଆଉ ପିତା ତାଙ୍କୁ ଏମିତି କି ନ୍ୟାୟ ଦେଲେ ଯେ ସେ ଏମିତି ଅଶାନ୍ତି ଆଉ ଦୁଃଖ ଭରା ନିରାଶ ହୃଦୟ ନେଇ ଫେରିଗଲେ ? ଶଖୀଙ୍କ ଠାରୁ ସମ୍ପୂର୍ଣ୍ଣ ବିବରଣୀ ଟି ଶୁଣିବା ପରେ ଅନୁଶୂୟାଙ୍କର କୋମଳ ହୃଦୟଟି କ୍ଷୁର୍ଣ୍ଣ ହେଇଗଲା କ୍ଷଣକ ଭିତରେ । ଆହାଃ ଦୁଃଖିନୀଟି ପ୍ରତି ସତରେ ସମସ୍ତେ ଅବିଚାର କଲେ । ଏମିତିକି ପିତା ମଧ୍ୟ.....



ରୋଜାଲିନ ବେହେରା
ପାଟସୁନ୍ଦର ପୁର
ଫୁଲନଖରା, କଟକ

ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।ଉନ୍ନତ ହୋଇପାରିଥାନ୍ତା ।ଆଉ ଟିକେ ଚେଷ୍ଟା ଦରକାର ।ପଢିକି ଭଲ ଲାଗିଲା ।ସତରେ ବହୁତ ଭଲ ।ଓଃ, କି ଲେଖା ଚମତ୍କାର ।ପଢ଼ିସାରି, କିପରି ଲାଗିଲା ଜଣାନ୍ତୁ ।

ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ।

sangram_mokahani.in (2).png
sangram_mokahani.in (1).png
sangram_mokahani.in.png

ସତୀ ଅନୁଶୂୟା...(ଭାଗ - ୩)

3

ଅନୁଶୂୟା ରୂପରେ ଯେମିତି ସୁନ୍ଦରୀ ଥିଲେ ଗୁଣରେ ବି ସେମିତି ଭାରି ସୁକୁମାରୀ ଥିଲେ । କାହାରିକୁ କଷ୍ଟ ଦେବା ତ ଦୂରର କଥା କାହାରି ଟିକେ ହେଲେ କଷ୍ଟ ଦେଖିପାରୁନଥିଲେ । ଶଖୀ ସହଚରୀ ମାନଙ୍କୁ ଛାଡ଼ିଦେଲେ ବି ରାଜ୍ୟର ଅନ୍ୟ ସମସ୍ତ ଝିଅ ବୋହୂ ମାନଙ୍କୁ ଭାରି ଆଦର ସମ୍ମାନ କରନ୍ତି । ଯିଏ ପଶୁପକ୍ଷୀ କୀଟ ପତଙ୍ଗ ମାନଙ୍କର ସାମାନ୍ୟ କଷ୍ଟ ବି ଦେଖିପାରେନି ସେ କଣ କେଉଁ ଝିଅ ବୋହୂ ମାନଙ୍କର ଦୁଃଖ କଷ୍ଟ ଦେଖିପାରିବ। ତେଣୁ ରାଜ୍ୟର ସମସ୍ତ ନାରୀ ମାନଙ୍କ ପାଇଁ ତାଙ୍କ ମନରେ ଅଶେଷ ଶ୍ରଦ୍ଧା ଓ ଭକ୍ତି ଥାଏ ।

bottom of page